୧୮ରୁ ଉଚ୍ଚଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ

ଭୁବନେଶ୍ୱର : କରୋନା ସଂକ୍ରମଣ କମୁଥିବାରୁ ବିଭିନ୍ନ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଆସନ୍ତା ୧୮ ତାରିଖରୁ କାର୍ଯ୍ୟକାରୀ ହେବ । ଗତ ଜାନୁଆରୀ ୭ ତାରିଖରେ କରୋନା ସ୍ଥିତିକୁ ଦେଖି ଏହାକୁ ବାତିଲ୍ କରିଦିଆଯାଇଥିଲା । ଏନେଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି  ।

Leave A Reply

Your email address will not be published.