ବଡଭାଇର ପରିବାରକୁ ହାଣିଲା ସାନ ଭାଇ

ଭୁବନେଶ୍ବର: ସୈତାନ ସାଜିଲା ସାନ ଭାଇ। ଜମିଜମା ବିବାଦକୁ କେନ୍ଦ୍ର କରି ୫ ଜଣଙ୍କୁ ଗୋଟି ଗୋଟି କରି ହତ୍ୟା କରିଛି । ଯେଉଁ ଖବର ଏବେ ମାହାଙ୍ଗାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଡ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ । କଟକ ଜିଲ୍ଲା କୁସୁପୁର ପଞ୍ଚାୟତ କୁସୁପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏ ଘଟଣା ପ୍ରକାଶ ପାଇବା ପରେ ଗାଁରେ ଭୟଭୀତ ଅବସ୍ଥାରେ ଲୋକେ। 

କିଛି ଦିନ ପୂର୍ବରୁ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ଲାଗିରହିଥିଲା । ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଛି ସାନ ଭାଇ । ମୃତକଙ୍କ ନାମ ଅଲେଖ ସାହୁ, ସ୍ତ୍ରୀ ରଶ୍ମି ସାହୁ, ଝିଅ ପାଏଲ, ପୁଅ ଗୁଡୁ ଓ ଟୁବୁ ରହିଛନ୍ତି । ସେପଟେ ହତ୍ୟା ପରେ ସାନ ଭାଇ ଶିବ ପ୍ରସାଦ ସାହୁ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। 

Leave A Reply

Your email address will not be published.