ବଢ଼ୁଛି ତାତି, ଅସ୍ତବ୍ୟସ୍ତ ହେଉଛି ଜୀବନ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ୁଛି ତାତି। ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ସକାଳ ୯ଟାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।ସୋମବାର ୧୨ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ଆଗକୁ ଆହୁରି ଅଧିକ ସ୍ଥାନ ଜଳାଇବ ।

ସୋମବାର ବାରିପଦାରେ ସର୍ବାଧିକ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୨.୫, ଝାରସୁଗୁଡ଼ାରେ ୪୨.୪, ସୋନପୁରରେ ୪୨.୧, ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଟିଟିଲାଗଡରେ ୪୧.୬, ସମ୍ବଲପୁରରେ ୪୧.୪, ସୁନ୍ଦରଗଡ଼ରେ ୪୧, ହୀରାକୁଦରେ ୪୦.୯, ଭବାନୀପଟଣାରେ ୪୦.୮, ତାଳ୍ରଚେରର ତାପମାତ୍ରା ୪୦.୨ଡିଗ୍ରୀ ରହିଥିଲା । ଆସନ୍ତା ୩ ଦିନ ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୪ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.