ଆଜି ପବିତ୍ର ରାମ ନବମୀ

ଆଜି ପବିତ୍ର ଚୈତ୍ର ଶୁକ୍ଳ ନବମୀ ତିଥୀ । ପବିତ୍ର ରାମ ନବମୀ । ହିନ୍ଦୁ ମାନଙ୍କର ଏକ ବଡ଼ ପବିତ୍ର ପର୍ବ । ଏହି ଦିନ ସମଗ୍ର ମାନବଜାତି ପାଇଁ ଏକ ଅତି ମହତ୍ବପୂର୍ଣ୍ଣ ଦିନ । ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ପ୍ରଭୁ ରାମଙ୍କର ଆରାଧନା କରିବା ନିହାତି ଆବଶ୍ୟକ ।  ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ଲାଗି ରହୁଥାଏ । ତେବେ ସୁଖଶାନ୍ତି ପାଇଁ  ପ୍ରଭୁ ରାମଙ୍କ ସାମ୍ନା ରେ ବସି “ହିଂ ରାମାୟ ନମଃ” ୧୦୮ ଥର ଜପ କରନ୍ତୁ l ଦେଖିବେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ l

ରାଜଧାନୀର ୟୁନିଟ୍‌-୩ସ୍ଥିତ ଶ୍ରୀରାମ ମନ୍ଦିରରେ ରବିବାର ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଭୋର୍‌ରୁ ନୀତିକାନ୍ତି ହୋଇଛି । ସକାଳ ସାଢ଼େ ୫ଟାରୁ ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି । ସ୍ୱନୟନରେ ଭଗବାନଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଭୋର ୫ଟା ୪୫ରେ ମଙ୍ଗଳ ଆଳତୀ କରାଯାଇଛି । ସକାଳ ୭ଟାରେ ପ୍ରଭୁଙ୍କ ଶୃଙ୍ଗାର ଆଳତୀ ନୀତି ଅନୁଷ୍ଠିତ ହୋଇଛି । ରାମଚରିତ ମାନସ ନବାହ୍ନ ପାରାୟଣର ୧୦ଟାରେ ଉଦ୍‌ଯାପିତ ହେବ । ଦିନ ୧୦ଟାରେ ହୋମଯଜ୍ଞ ଅନୁଷ୍ଠିତ ହେବ । ଏହାପରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତୀ କରାଯାଇ ସାଢ଼େ ୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହଡ଼ ପଡ଼ିବ । ପୁଣି ୪ଟାରେ ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବେ । ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତୀ କରାଯିବ । ଆଉ ରାତି ୯ଟାରେ ପୁଣି ଭୋଗ ଆଳତୀ କରାଯିବ । ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ସହ ଦିନରେ ମନ୍ଦିରରେ ଭଜନ, କୀର୍ତ୍ତନ ଜାରି ରହିବ ।

Leave A Reply

Your email address will not be published.