ଅସ୍ତବ୍ୟସ୍ତ କରୁଛି ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡିଶା ସମେତ ସାରା ଓଡିଶାରେ ଅସହ୍ୟ ତାତି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସୋମବାର ମଧ୍ୟ ରାଜ୍ୟର 8ଜିଲ୍ଲାରେ ତାପମାତ୍ରା 40ଡିଗ୍ରୀ ରେର୍କଡ କରାଯାଇଛି।42.6ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଟିଟିଲାଗଡରେ 42.5, ବୌଦ୍ଧରେ ତାପମାତ୍ରା 42ଡିଗ୍ରୀ ରେର୍କଡ କରାଯାଇଛି। ଆସନ୍ତା 5ଦିନ ଯାଏ ତାପମାତ୍ରରେ ବିଶେଷ ପରିବରର୍ତ୍ତନ ହେବାର ନାହିଁ। ତେବେ ଆଭ୍ୟନ୍ତରୀଣ ଓଡିଶାରେ 2ରୁ 3ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସେପଟେ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ଯୋଗୀ ଦୁଇ ଦିନ ଯାଏ ରାଜ୍ୟର କେତେକ ସ୍ଥାନରେ ବର୍ଷା ଘଡଘଡି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.