ମାନସ ସ୍ୱାଇଁ ହତ୍ୟା ମାମଲା: ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା

ଚାନ୍ଦବାଲି : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ପୁଣି ରିମାଣ୍ଡ ଅନୁମତି ମିଳିଛି । ପୂର୍ବରୁ ନିରଞ୍ଜନ, ରଞ୍ଜନ, ଝୁନା ଓ ଶର୍ମିଷ୍ଠାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ୫ ଦିନ ରିମାଣ୍ଡ ଅନୁମତି ମିଳିଥିଲା । ରିମାଣ୍ଡ ଅବଧି ସରିବା ପରେ ଆଜି ଦିନ ୨ ଟା ୩୦ ମିନିଟରେ ଚାନ୍ଦବାଲି jmfcଙ୍କ ନିକଟରେ ହାଜର କରିଥିଲେ ।

କ୍ରାଇମବ୍ରାଞ୍ଚ ପୁଣି ତଦନ୍ତର ଆବଶ୍ୟକତା ନେଇ ଯୁକ୍ତି ରଖି ପୁଣି ୪ ଜଣଙ୍କୁ ୫ ଦିନର ରିମାଣ୍ଡ ଅନୁମତି ମାଗିଥିଲେ । ମାତ୍ର ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ପରେ ମାନ୍ୟବର ବିଚାରପତି ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣି ୩ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। କେତେକ ସର୍ତ୍ତ ଆଧାରରେ ଆସନ୍ତା ୭ ତାରିଖ ଦିନ ୧ ସୁଦ୍ଧା କୋର୍ଟରେ ହାଜର ପାଇଁ ଅନୁମତି ଦେଇଥିଲେ। ତେବେ ୪ ଜଣଙ୍କୁ କୋର୍ଟରେ ହାଜର ବେଳେ ଚାନ୍ଦବାଲି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋର୍ଟର ଦୁଇ ଗେଟକୁ ବନ୍ଦ କରାଯିବା ସତ୍ତ୍ୱେ ଲୋକେ ଗେଟ ବାହାରୁ ହୋ ହାଲ୍ଲା କରିଥିଲେ ।

Leave A Reply

Your email address will not be published.