ଶ୍ରୀମନ୍ଦିରରେ ଅଘଟଣ, ଭାଙ୍ଗିଲେ ୩୦ରୁ ଅଧିକ ଚୁଲି

ଭୁବନେଶ୍ବର: ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ୩୦ରୁ ଅଧିକ ଚୁଲି । ଗତକାଲି ବିଳମ୍ବିତ ରାତିରେ କେହି ଚୁଲି ଭାଙ୍ଗିଥିବା ନେଇ  ସୂଚନା ମିଳିଛି ।  ରୋଷ ଘର ଚୁଲି ଭାଙ୍ଗିବା କଥାକୁ ସ୍ବୀକାର କରିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ।

ପ୍ରାୟ ୮୦ ଭାଗ ଚୂଲି ଭାଙ୍ଗିଥିବା ସୂଚନା ମିଳିଛି । ଚୁଲି ଭାଙ୍ଗିବା ପରେ ମହାପ୍ରସାଦ ରନ୍ଧନରେ ପଡିପାରେ ଘୋର ପ୍ରଭାବ । ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତନାଘନା । କୋଠଭୋଗ ପ୍ରସ୍ତୁତ ପାଇଁ ଚୂଲି ଓ ସାତପୁରୀ ରୋଷ ଚୂଲି ଭାଙ୍ଗିଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଚୁଲା ଭାଙ୍ଗିଲା ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.