ମାନସ ସ୍ଵାଇଁ ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚକୁ ମିଳିଛି ନୂଆ ତଥ୍ୟ

ଭୁବନେଶ୍ବର: କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାର ଆସିଲା ଆଉ ଏକ ନୂଆ ତଥ୍ୟ । ଅପହରଣ ଦିନ ମାନସଙ୍କୁ ଦୟାଲ ଆଶ୍ରମରୁ ନିଆଯାଇଥିଲା ସମ୍ପୂର୍ଣ ଅଫିସ । ଚିପ ଓ କିଛି ଭିଡ଼ିଓ କ୍ଲିପ ଅଫିସରେ ଥିବା କଥା କହିଥିଲେ ମାନସ। ଅଫିସର ସିଷ୍ଟମରେ ୩୪ ରୁ ୯୭ ପର୍ଯ୍ୟନ୍ତ ଫାଇଲ ଡିଲିଟ ହୋଇଯାଇଥିଲା ।

ମାନସ ଡିଲିଟ ଫାଇଲକୁ ରିଟ୍ରାଇଭ କରିଦେବା କଥା କହିଥିଲେ । କିନ୍ତୁ ମାନସ କଥାରେ ଏମାନଙ୍କର ବିଶ୍ଵାସ ହୋଇନଥିଲା । ତେଣୁ ଶର୍ମିଷ୍ଠା ଓ ନିରଂଜନଙ୍କ ଉପସ୍ଥିତିରେ ରଞ୍ଜନ, ବିବେକ ଓ ଭାଗିରଥି ମାନସଙ୍କୁ ମାଡ଼ ମାରିଥିଲେ । ଗତକାଲି ଶ୍ରମିଷ୍ଟାଙ୍କ ଘରୁ ମୋବାଇଲ, ନିରଂଜନଙ୍କ ଡାଏରୀ, କ୍ୟାମେରା ଓ କିଛି ଚିପ କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ।

ଅନ୍ୟପଟେ ଚିପରେ କେଉଁ ଭିଡ଼ିଓ ଥିବା କଥା କ୍ରାଇମବ୍ରାଞ୍ଚ ଆଗରେ ମାନୁ ନାହାଁନ୍ତି ଶର୍ମିଷ୍ଠା। ସେପଟେ ଆଜି ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ପରେ ଶର୍ମିଷ୍ଠା ,ଝୁନା ଓ ରଞ୍ଜନଙ୍କୁ ୫ ଦିନିଆ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଚିପ ଓ ଭିଡ଼ିଓ ବିଷୟରେ ସତ ଜାଣିବା ପାଇଁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.