ଆମ ଗାଁ ମହୋତ୍ସବ: ମନମୋହିଲା ଢେମସା ନୃତ୍ୟ

ଖୋର୍ଦ୍ଧା : ଦିନକୁ ଦିନ ହଜି ଯାଉଛି ଆମ କଳା ସଂସ୍କୃତି ଓ ପରମ୍ପରା । ଏହି ବିଲୁପ୍ତ ପଥର ପଥିକ ସାଜିଥିବା ଆମ କଳା ସଂସ୍କୃତିକୁ ଉଜିବିତ କରିବାପାଇଁ ଖୋର୍ଦ୍ଧା ମଲ୍ଲୀପଦର ଗ୍ରାମବାସୀଙ୍କ ଦ୍ଵାରା ଆୟୋଜନ କରାଯାଇଥିବା ଆମ ଗାଁ ମହୋତ୍ସବ ଧୁମଧାମରେ ଉଦଯାପିତ ହୋଇଯାଇଛି ।

ଉଦଯାପନି ସନ୍ଧ୍ୟାରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହସନ୍ଧ୍ୟାରେ ରାୟଗଡାର କଳାକାର ମାନଙ୍କ ଦ୍ୱାରା ପ୍ରଦର୍ଶିତ ଢେମସା ନୃତ୍ୟ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା । ଗାଁ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ପ୍ରୟାସ ।

Leave A Reply

Your email address will not be published.