କଳା ସଂସ୍କୃତିକୁ ବଞ୍ଚାଇ ରଖିବ ଗାଁ ମହୋତ୍ସବ: ତାରା ବାହିନୀପତି

ଖୋର୍ଦ୍ଧା: ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟାରେ ଆୟୋଜିତ ହେଲା ଗାଁ ମହୋତ୍ସବ। ଖୋର୍ଦ୍ଧା ଜିଲ୍ଲା ମଲ୍ଲୀପଦର ଗ୍ରାମରେ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଯୁବଗୋଷ୍ଠୀଙ୍କ ଦ୍ବାରା ଆଡ଼ମ୍ବର ଭାବେ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି।

ଆୟୋଜିତ ଗାଁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଦିନକୁ ଦିନ ହଜି ଯାଉଛି କଳା ସଂସ୍କୃତି ଓ ପରମ୍ପରା । ଏହି ବିଲୁପ୍ତ ପଥର ପଥିକ ସାଜିଥିବା କଳା ସଂସ୍କୃତିକୁ ଉଦଜୀବିତ କରିବା ପାଇଁ ଯୁବକଙ୍କୁ ଆଗକୁ ଆସିବା ଆବଶ୍ୟକ ବୋଲି ତାରା କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୃଥ୍ଵୀବଲଭ ପଟ୍ଟନାୟକ ଯୋଗଦେଇ ଗ୍ରାମାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆମ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବାରେ ସହାୟକ ହେବ କହିଛନ୍ତି ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବକୁ ଦ୍ବିଗୁଣିତ କରିଥିଲା। ବଲାଙ୍ଗୀର ତରଭା ଅଞ୍ଚଳରୁ ଆସିଥିବା ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ହଜାର ହଜାର ଲୋକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.