ଓଡ଼ିଶାରେ ଓଆସିସ୍ ଫର୍ଟିଲିଟିର ପ୍ରଥମ କେନ୍ଦ୍ର

ଭୁବନେଶ୍ୱର : ଭାରତର ଏକ ଅଗ୍ରଣୀ ମାନବ ପ୍ରଜନନ ସଂସ୍ଥା ଓଆସିସ୍ ଫର୍ଟିଲିଟି ଏହାର ପାନ୍ ଇଣ୍ଡିଆ ସମ୍ପ୍ରସାରଣ ଯୋଜନା ଅଧିନରେ, ଭୁବନେଶ୍ୱରସ୍ଥିତ ଜୟଦେବବିହାରଠାରେ ଏକ ଅତ୍ୟାଧୁନିକ ଉପକରଣ ଏବଂ ବୈଷୟିକ ଜ୍ଞାନ କୌଶଳ ଆଧାରିତ ଆଇଭିଏଫ୍ ସେଣ୍ଟର ଶୁଭାରମ୍ଭ କରିଛି । ପ୍ରଜନନ ବିଶେଷଜ୍ଞ, ଭାରତର ସର୍ବୋତ୍ତମ ଭ୍ରୂଣ ବିଶେଷଜ୍ଞ ଏବଂ ବୈଜ୍ଞାନିକ ମାନଙ୍କର ଏକ ସୁଦକ୍ଷ ଟିମ୍ ଦ୍ୱାରା ସମର୍ôଥତ, ଓଆସିସ୍ ଫର୍ଟିଲିଟି ଦମ୍ପତିମାନଙ୍କୁ ସମ୍ପୂର୍ଣ୍ଣର୍ ବ୍ୟବସ୍ଥିତ, ସୌଜନ୍ୟପୂର୍ଣ୍ଣ, ସହାନୁଭୂତିଶୀଳ ଏବଂ ବୈଷୟିକ ଜ୍ଞାନ କୌଶଳ ଆଧାରିତ ଉନ୍ନତ ପ୍ରଜନନ ଚିକିତ୍ସା ମାଧ୍ୟମରେ ସେମାନଙ୍କର ପିତାମାତା ହେବାର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇଥାଏ । ଉଭୟ ମହିଳା ଓ ପୁରୁଷଙ୍କୁ ପ୍ରଜନନ ଚିକିତ୍ସା ପ୍ରଦାନ କରୁଥିବା ଏହି ଅତ୍ୟାଧୁନିକ ଆଇଭିଏଫ୍ କେନ୍ଦ୍ରକୁ ଆଜି ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଓଆସିସ୍ ଫର୍ଟିଲିଟିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କିରଣ ଗାଡେଲା କହିଥିଲେ ଯେ, ଓଡ଼ିଶାରେ ଆଭିଏଫ୍ ନୂତନ ଶାଖା ଏକ ପ୍ରଯୁକ୍ତିଭିତ୍ତିକ ପ୍ରଜନନ କେନ୍ଦ୍ର ଯେଉଁଠାରେ ଅଭିଜ୍ଞ ଡାକ୍ତର, ଭ୍ରୁଣ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଦଳ କାର୍ଯ୍ୟ କରୁଅଛି । ଇଡବ୍ଲ୍ୟୁଏସ୍‌,ପିଜିଟି, ଏମ୍‌ଏସିଏସ୍ ଆଦି ଭଳି ବୈଷୟିକ ଜ୍ଞାନକୌଶଳ ଆମକୁ କ୍ରମାଗତ ଭାବରେ ସଫଳତାର ହାର ପ୍ରଦାନ କରିବାରେ ସାହାଯ୍ୟ କରିଛି । ଆମର ଇନ୍‌-ହାଉସ ସଫ୍ଟୱେୟାର ‘ଆର୍ଟିସ୍‌’ ମାଧ୍ୟମରେ ବିନା କୌଣସି ବାଧାରେ ରୋଗୀର ସମଗ୍ର ଚିକିତ୍ସା ପଦ୍ଧତିକୁ ଡିଜିଟାଲ କରିପାରିଛ ।

Leave A Reply

Your email address will not be published.