ଆହୁରି ୪ ଦିନ କଲବଲ କରିବ ତାତି

ଭୁବନେଶ୍ୱର :  ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆହୁରି ବଢ଼ିବ ପାରଦ । ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତିରେ ଛଟପଟ ହେବେ ଲୋକେ। ୪ ଦିନ ଲାଗି ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି। ଆସନ୍ତା ୩୧ ଯାଏଁ ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲା ଲାଗି ୱାର୍ଣ୍ଣିଂ ଜାରି କରାଯାଇଛି ।

https://twitter.com/mcbbsr/status/1509037543550902273/photo/1

ସେହିଭଳି ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ୭ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଓ କଳାହାଣ୍ଡିରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଗତକାଲି ଟିଟିଲାଗଡ଼, ବଲାଙ୍ଗିର, ସୋନପୁର ବାରିପଦା,ବୌଦ୍ଧ ଭବାନୀପାଟଣା ଓ ସମ୍ବଲପୁରରେ ପାରଦ ୪୦ ଡିଗ୍ରୀ ସେଲସିଅସ ଉପରେ ରହିଥିଲା । କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ଜନଜୀବନ ବାଧାପ୍ରାପ୍ତ ହେଉଛି ।

Leave A Reply

Your email address will not be published.