ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଣି ଜଣେ ଯନ୍ତ୍ରୀ । ଗତକାଲି ମାଲକାନଗିରି ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସମାନ ଅଭିଯୋଗରେ ଆଜି ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଚାଲିଛି ରେଡ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ  ଘର ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ  ।

ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, କଟକ, ନୟାଗଡ଼ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଥିବା ଜଣାପଡିଛି । ସେଥିମଧ୍ୟରୁ ପଟିଆରେ ଥିବା ଏକ ଫ୍ଲାଟ, କଟକ କିଶୋରନଗରରେ ଥିବା ପୈତୃକ ଘର, କଟକ ଆଲିସା ବଜାରରେ ଥିବା କୋଠା, ଖଣ୍ଡଗିରି ଅଂଚଳରେ ଥିବା ଦୁଇ ମହଲା କୋଠା, ନୟାଗଡ଼ରେ ଥିବା ଅଫିସ ଏବଂ ନୟାଗଡ଼ ଟାଉନରେ ଥିବା ବାସଭବନରେ ଏକକାଳୀନ ରେଡ୍ ଚାଲିଛି । ଭିଜିଲାନ୍ସର ୫ ଡିଏସ୍‌ପିଙ୍କ ସହ ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ରେଡ୍ ଚାଲିଛି  ।

Leave A Reply

Your email address will not be published.