କେନ୍ଦ୍ର ସରକାରଙ୍କ ଯୁଗ୍ମସଚିବ ପାହ୍ୟାକୁ ଉନ୍ନୀତ ହେଲେ ମନୋଜ ମିଶ୍ର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କୁ ପଦୋନ୍ନତୀ ମିଳିଛି । ୨୦୦୦ ବ୍ୟାଚ୍‌ର ଏହି ଆଇଆର୍‌ଟିଏସ(ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍‌) ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ ଯୁଗ୍ମ ସଚିବ ବା ସମସାମୟିକ ପାହ୍ୟାରେ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

୨୦୦୦ ବ୍ୟାଚ୍‌ର ଅନ୍ୟ ଦୁଇ ଆଇଆର୍‌ଟିଏସ୍ ଅଧିକାରୀ ଏସ୍ ଅନୱର ହୁସେନ୍ ଓ ପ୍ରିଥୁଲ କୁମାର ମଧ୍ୟ ଶ୍ରୀ ମିଶ୍ରଙ୍କ ଭଳି ପଦୋନ୍ନତି ପାଇଛନ୍ତି । ପ୍ରକାଶ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଇଲେକ୍ଟ୍ରୋନିକ୍‌-ପ୍ଲାଟଫର୍ମ ସହ ସଂଯୋଗ କରିବା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଭଳି ଏକ ବହୁମୁଖୀ ଇ-ସ୍ୱାର୍ଥକାର୍ଡ ଆଣିବାରେ ଶ୍ରୀ ମିଶ୍ରଙ୍କର ବଡ଼ ଯୋଗଦାନ ରହିଛି ।

Leave A Reply

Your email address will not be published.