ପଦ୍ମ ପୁରସ୍କାର-୨୦୨୨: ପ୍ରତିଭାଙ୍କୁ ପଦ୍ମଭୂଷଣ, ପ୍ରମୋଦଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର : ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର-୨୦୨୨ ପ୍ରଦାନ ସମାରୋହର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୋଟ ୬୪ଟି ପଦ୍ମ ପୁରସ୍କାର ପ୍ରଦାନ ହୋଇଥିବା ବେଳେ ଏଥିମଧ୍ୟରେ ୨ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୫୪ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଓଡ଼ିଶାରୁ ବିଶିଷ୍ଟ ଲେଖିକା ଡ. ପ୍ରତିଭା ରାୟ ଓ ତାରକା ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ମଧ୍ୟ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଯଥାକ୍ରମେ ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ।

ଚଳିତ ବର୍ଷ ଓଡ଼ିଶାରୁ ମୋଟ ୭ ଜଣ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ୫ ଓଡ଼ିଆଙ୍କୁ ପଦ୍ମଶ୍ରୀ ମିଳିଥିଲା । ଆଜି ଡ. ରାୟ ଓ ପ୍ରମୋଦ ନିଜର ପୁରସ୍କାର ଗ୍ରହଣ କରିଛନ୍ତି । ୭୪ ବର୍ଷୀୟା ଡ. ପ୍ରତିଭା ରାୟଙ୍କୁ ସାହିତ୍ୟ ଓ ଶିକ୍ଷା ବର୍ଗରେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ମିଳିଛି । ଅନ୍ତର୍ଜାତୀୟ ଖାତିସମ୍ପନ୍ନ ଏହି ଭାରତୀୟ ଲେଖିକାଙ୍କୁ ପୂର୍ବରୁ ୨୦୦୭ ମସିହାରେ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.