କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲା: ଗିରଫ ହେଲେ ଶର୍ମିଷ୍ଠା

ଭୁବନେଶ୍ବର: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ । ଶର୍ମିଷ୍ଠାଙ୍କ ସହ  ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଜି ଉଭୟଙ୍କୁ ଭଦ୍ରକ ପୁଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ୍‌ ଭଦ୍ରକ ଜିଲ୍ଳା ନଳାଙ୍ଗରୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଆଜି ଚାନ୍ଦବାଲିର ଜେଏମଏଫସି କୋର୍ଟରେ ହାଜର କରାଯିବ । ଘଟଣାର ଅଧିକ ତଦନ୍ତ  ପାଇଁ ଦୁଇ ଜଣଙ୍କୁ ୧୦ ଦିନର ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇବ୍ରାଞ୍ଚ । ଏହି ଘଟଣାରେ ପୂର୍ବରୁ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଥିଲେ ।

ଗତକାଲି ଭୁବନେଶ୍ବର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍‌ ସହ ଫରେନସିକ୍‌ ଅଧିକାରୀ ପହଞ୍ଚି ହତ୍ୟା ଘଟଣାର ତନାଘନା କରିଥିଲେ । ଆଶ୍ରମର ମହିଳା କେୟାର ଟେକରଙ୍କୁ ପଚରାଉଚରା କରିବା ସହ କ୍ରାଇମବ୍ରାଞ୍ଚ କିଛି ତଥ୍ୟ ହାସଲ କରିଥିଲା  ।  ଘଟଣାସ୍ଥଳରେ ଏମସର ଡାକ୍ତର ମଧ୍ୟ ଉପସ୍ଥିତ ରହିଥିଲେ । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଟିମ୍‌ ଗଠନ ହୋଇଛି । ୯ ଜଣ ସଦସ୍ୟଙ୍କୁ ନେଇ ୨ଟି ଦଳ ଗଠନ କରାଯାଇଥିବା ବେଳେ ୫ ଜଣିଆ ଦଳ ହତ୍ୟା ମାମଲାର ତଦନ୍ତ କରୁଛି । ଅନ୍ୟ ୪ ଜଣିଆ ଦଳ ଘଟଣାକୁ ନେଇ ତଦନ୍ତ ମଧ୍ୟ ଜରି ରଖିଛନ୍ତି ।

Leave A Reply

Your email address will not be published.