ଘରୁ ଡାକି ଛୁରାମାଡ଼

ବଡ଼ବିଲ : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଛୁରା ମାଡ଼, ଏଥିରେ ଯୁବକ ମୃତ । ମୃତ ଯୁବକ ଜଣଙ୍କ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳର ନାଜିମ୍ ସେକ୍। ସେ ଏକ ଠିକା ସଂସ୍ଥାରେ କାମ କରୁଥିଲେ। ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ନାଜିମ୍ ସାନଭାଇ ଓ ସହକର୍ମୀଙ୍କ ସହ ଗଣେଶ ଭବନ ଲଜ୍‌ରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୁଇ ଜଣ ଯୁବକ ନାଜିମ୍ କୁ ଫୋନ୍‌ କରି ଲଜ୍‌ ବାହାରକୁ ଆସିବାକୁ କହିଥିଲେ।  ନାଜିମ୍ ଲଜ୍ ବାହାରକୁ ଆସିବା ପରେ ଅଜ୍ଞାତ ଯୁବକମାନେ ତାଙ୍କୁ ଛୁରାମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ। ନାଜିମଙ୍କୁ ତାଙ୍କ ସାନଭାଇ ଓ ସହକର୍ମୀମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ନାଜିମଙ୍କ ସାନ ଭାଇ  ଥାନାରେ ଅଭିଯୋଗ କରିଛନ୍ତି।

ଗୁରୁତର ନାଜିମଙ୍କୁ ସଙ୍ଗେ ସଙ୍ଗେ ଯୋଡ଼ା ସ୍ଥିତ ଟାଟା ମେଡିକାଲକୁ  ନିଆଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।  ଯୁବକଙ୍କୁ ଛୁରାମାଡ଼ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୋଡ଼ା ପୋଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆକ୍ରମଣକାରୀ ଅଭିଯୁକ୍ତମାନେ କିଏ ଏବଂ ସେମାନେ ନାଜିମକୁ କାହିଁକି ହତ୍ୟା କଲେ, ସେନେଇ ଖୋଳତାଡ଼ ଚଳାଇଛି ଯୋଡ଼ା ପୋଲିସ୍ । 

Leave A Reply

Your email address will not be published.