ସମ୍ବଲପୁରରେ ଯୋଡା ଶିଶୁ କନ୍ୟା ଜନ୍ମ

ସମ୍ବଲପୁର : ସମ୍ବଲପୁର ସଦର ମେଡିକାଲରେ ଯୋଡାମୁଣ୍ଡ ଶିଶୁ କନ୍ୟା ଜନ୍ମ । ଉଭୟ ନବଜାତକଙ୍କ ସ୍ବାସ୍ଥାବସ୍ଥା ଗମ୍ଭୀର ରହିଛି । ଦୁଇ ଶିଶୁଙ୍କର ମୁଣ୍ଡ ଅଲଗା ଥିବା ବେଳେ ସେମାନଙ୍କ ବେକରୁ ପେଟ ଯାଏଁ ଯୋଡ଼ି ହୋଇ ରହିଛି। ସମ୍ବଲପୁର ସଦର ମେଡିକାଲରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଜଣାପଡିଛି ।

ଖବର ଅନୁଯାୟୀ,  ଶନିବାର ପ୍ରସବ ବେଦନା ହେବାରୁ ରେଙ୍ଗାଲି ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଲୋକେ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ମହିଳା ଜଣଙ୍କ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ହେଲେ ଉଭୟଙ୍କ ଶରୀର ଯୋଡି ହୋଇ ରହିଛି । ଉଭୟ ଶିଶୁକନ୍ଯାଙ୍କ ହାତ, ଗୋଡ, ମୁଣ୍ଡ ଅଲଗା ରହିଥିବାବେଳେ ବେକଠାରୁ ପେଟ ପର୍ଯ୍ଯନ୍ତ ଯୋଡି ହୋଇ ରହିଛି । ଉଭୟଙ୍କୁ ସଦର ମେଡିକାଲରୁ ବୁର୍ଲା ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି ବୋଲି ସୂଚନା ରହିଛି ।

ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ  ଚିକିତ୍ସା ନେଇ ଆସାମ୍ୟର୍ଥ ପ୍ରକାଶ କରିଛନ୍ତି ଶିଶୁର ବାପାମାଆ। ଦୁଇ କନ୍ୟା ସନ୍ତାନଙ୍କ ଜନନୀ ରବୀନା କୁମାରୀ ଗୁପୁଚୁପ୍ ବେପାର କରି ପେଟ ପୋଷି ଥାନ୍ତି।  ସେମାନଙ୍କ ଚିକିତ୍ସା ଓ ଲାଳନପାଳନ କେମିତି କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି।

Leave A Reply

Your email address will not be published.