ମହାନଗର ନିଗମ ନିର୍ବାଚନ: ବିଜେଡି ହାତରେ ତିନି ମେୟର ପଦ ଦଳ

ଭୁବନେଶ୍ୱର :  ବିଜୁ ଜନତା ଦଳ ହାତରେ ୩ଟି ମେୟର ପଦ । ଏଥର ରାଜଧାନୀ ଭୁବନେଶ୍ୱର ବିଜୟୀ ହୋଇଛନ୍ତି ଶ୍ରୀମତୀ ସୁଲୋଚନା ଦାସ । ବ୍ରହ୍ମପୁରରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ । କଟକ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି ସୁବାସ ସିଂ । ପ୍ରତ୍ୟକ୍ଷ ନିର୍ବାଚନରେ ୩ଟି ଯାକ ମେୟର ପଦ ପୋଛି ନେଇଛି ଶାସକ ଦଳ । ବଡ଼ ବ୍ୟବଧାନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ।

ଭୁବନେଶ୍ୱରର ପ୍ରଥମ ମହିଳା ମେୟର ହେବେ ବିଜେଡିର ସୁଲୋଚନା ଦାସ । ବିଭିନ୍ନ ରାଉଣ୍ଡ ଗଣତିରେ ଆଗରେ ରହିଥିଲେ ସୁଲୋଚନା । ବିଜୟ ପାଖେଇବା ସହ ଆରମ୍ଭ ହୋଇଥିଲା ସେଲିବ୍ରେସନ୍‌ । ବିଜେପିର ସୁନୀତି ମୁଣ୍ଡଙ୍କଠାରୁ ବହୁ ଆଗରେ ରହିଥିଲେ ସୁଲୋଚନା ।

ସେପଟେ କଟକ ମେୟର ଲଢ଼େଇରେ ବିଜୟ ବାନା ଉଡ଼ାଇଛି ବିଜେଡି । ଗଣତିରେ ବିଭିନ୍ନ ରାଉଣ୍ଡରେ ଆଗରେ ରହିଥିଲେ ସୁବାସ ସିଂ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଶ୍ରୀତମ ଦାସ । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମର ବିଭିନ୍ନ ଓ୍ଵାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀ ବି ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.