ଜଳୁଛି ତେଲକୋଇ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ

ତେଲକୋଇ : ହୁତୁହୁତୁ ହୋଇ ଜଳୁଛି ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍‌ର କରଦାଙ୍ଗି ଗାଁ ଘୋଡାବେଡ଼ା ସାହି ନିକଟ ମାଙ୍କଡ଼ଚୁଆ ଜଙ୍ଗଲରେ ଲାଗିଛି ନିଆଁ। ଏକର ଏକର ଜଙ୍ଗଲ ପୋଡି ପାଉଁଶ ।

ସନ୍ଧ୍ୟା ହେଲେ ବଢୁଛି ନିଆଁର ପ୍ରକୋପ। ନିଆଁର ଆଁ ଭିତରେ ନଷ୍ଟ ହୋଇଯାଉଛି ମୂଲ୍ୟବାନ ଗଛଲତା ଏବଂ ଔଷଧିୟ ଗଛ। ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ସେପଟେ ଦୀର୍ଘ ଦିନଧରି କରଦାଙ୍ଗି ଗାଁରେ ବିମଳା ଫରେଷ୍ଟର ଓ କର୍ମଚାରୀ ଡେରା ପକାଇ ରହିଥିଲେ । କିନ୍ତୁ  କର୍ମଚାରୀଙ୍କ ନାକତଳେ ଜଙ୍ଗଲ ଜଳିବା ବନବିଭାଗର ପାରିବାପଣିଆକୁ ପଦାରେ ପକାଇଛି। ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ ଏପର୍ଯ୍ୟନ୍ତ ସେଭଳି କିଛି ସଠିକ୍‌ ପଦକ୍ଷେପ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.