ମାନସ ହତ୍ୟା ମାମଲା: ପରମେଶ୍ବର ଜେଲ୍ ଗଲା

ଭୁବନେଶ୍ବର: ମାନସ ସ୍ବାଇଁ ହତ୍ୟା ମାମଲାରେ ପୁଲିସ ୱେବ୍‌ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠାଙ୍କ ରାଉତଙ୍କ ଭାଇ ପରମେଶ୍ବର ରାଉତଙ୍କୁ ଗିରଫ କରିଛି। ଗିରଫ ପରେ ପରମେଶ୍ବରକୁ ପୁଲିସ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମାଞ୍ଜୁର ହେବାର ଜେଲ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ପୁଲିସ ଗତକାଲି ପରମେଶ୍ବରକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଥିଲା। ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାକୁ ଆଣିଥିଲା। ଚର୍ଚ୍ଚା ହେଉଛି ଯେ, ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ପରମେଶ୍ୱରଙ୍କ ବଡ଼ ଭୂମିକା ଥିଲା। ପରମେଶ୍ବର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର ଯୋଜନା କରିଥିଲା।

Leave A Reply

Your email address will not be published.