ହସ୍ପିଟାଲରୁ ଜେଲ ଗଲେ ବିଧାୟକ ଜଗଦ୍ଦେବ

ଭୁବନେଶ୍ୱର : ଗିରଫ ହୋଇ ଜେଲ ଗଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ବାହାରିବା ପରେ ପୁଲିସ ଗିରଫ କରିଛି । ମଙ୍ଗଳବାର ରାତିରେ ବାଣପୁର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ ତାରିଖରେ ବିଧାୟକଙ୍କ ଦବଙ୍ଗି ଆଚରଣ ଦେଖାଦେଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି କର୍ମିଙ୍କ ଉପରକୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ କାବୁ କରି ନିର୍ଧୁମ ପିଟିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ବିଧାୟକଙ୍କୁ ଭୁବନେଶ୍ବରର ହସ୍ପିଟାଲରେ ଭର୍ତ୍ତି କରାଇଥିଲା ପୋଲିସ । ସେଠାରେ ୧୦ ଦିନ ଧରି ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ପରେ ବାଣପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ବର କୋର୍ଟରେ ହାଜର ପରେ ପ୍ରଶାନ୍ତ ଜଗଦେବଙ୍କୁ ନିଆଯାଇଥିଲା ବାଣପୁର କୋର୍ଟ। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବାଣପୁର ଜେଲରେ ରାତି କାଟିଛନ୍ତି ବିଧାୟକ ।

Leave A Reply

Your email address will not be published.