ଦୁଇ ଗୋଷ୍ଠୀ ସଂଘର୍ଷ ମଧ୍ୟରେ ୪ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁରରେ ଆଜି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷର କାରଣ ଜଣା ପଡ଼ିନାହିଁ।

ପିତ୍ତଳ ଛକରେ ଥିବା ଶମ୍ଭୁଙ୍କ ଫାଷ୍ଟ ଫୁଡ ଦୋକାନରେ ଗଣ୍ଡଗୋଳ ହୋଇ ପରବର୍ତୀ ସମୟର ଗୋଷ୍ଠୀସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରେ ସଶସ୍ତ୍ର ଆକ୍ରମଣ କରିଥିଲେ। ଏବଂ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ପହଁଚିଲା ବେଳକୁ ଉଭୟ ପକ୍ଷ ଛତ୍ରଭଙ୍ଗ ଦେଇଥିଲେ। ପିତ୍ତଳ ଛକ ରାସ୍ତା ଉପରେ ୪ ଜଣଙ୍କ ମୃତ ଦେହ ପଡ଼ିଥିଲା ବୋଲି ପୁଲିସ କହିଛି। ଏହି ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିଲା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥଲା। ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଅଣାଯାଇଥିବା ସୂଚନା ମିଳିଛି। ଏହି ସଂଘର୍ଷର ପ୍ରକୃତ କାରଣ ଜଣାପଡ଼ିନାହିଁ।

Leave A Reply

Your email address will not be published.