ରାଜ୍ୟରେ କରୋନା ଚିନ୍ତା: ୪ର୍ଥ ଲହର ଆଶଙ୍କା ନାହିଁ!

ଭୁବନେଶ୍ୱର : କରୋନାର ୪ର୍ଥ ଲହରକୁ ନେଇ ବଢ଼ିଲାଣି ଚିନ୍ତା। ଚୀନରେ କିଛି ସହରରେ ଲକ୍‌ଡାଉନ୍ ଘୋଷଣା ଏବଂ ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ଚିନ୍ତା ବଢ଼ିଯାଇଛି। କ’ଣ ପୁଣି ଚତୁର୍ଥ ଲହର ଆସିଯିବ କି?

ରାଜ୍ୟରେ ଏବେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି । ପଜିଟିଭିଟି ହାର କମ୍ ଥିବା ବେଳେ, ଆଡମିଶନ ହାର ଓ ମୃତ୍ୟୁହାର ମଧ୍ୟ କମ୍ ଅଛି । ତେବେ ଯେଉଁ ସର୍ଭେଲାନ୍ସ ହେବା କଥା ତାହା ଜାରି ରହିଛି । ସରକାରଙ୍କ ଗାଇଡଲାଇନ ଅନୁସାରେ ଟିକାକରଣ ଜାରି ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।  ରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ୍ ୩୩ହଜାର ୨୩୪ ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଟିପିଆର୍‌(ଟେଷ୍ଟ ପଜିଟିଭିଟି ରେଟ୍‌)୦.୧୨% ରହିଛି । ଗଜପତି ଜିଲ୍ଲାରେ ୭୨୦୮ ଜଣଙ୍କର ଟେଷ୍ଟିଂ କରାଯାଇଥିବା ବେଳେ ୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଟିପିଆର୍ ସର୍ବାଧିକ ୧.୨୫% ରହିଛି । ସେହିପରି ରାଜ୍ୟର ୧୮ଟି ଜିଲ୍ଲା ମଧ୍ୟରୁ ଭଦ୍ରକ, ବଲାଙ୍ଗିର, କଟକ, ଦେବଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ହୋଇଥିବା ଟେଷ୍ଟିଂରେ ସବୁ ରିପୋର୍ଟ ନେଗେଟିଭ ରହିଛି ।

Leave A Reply

Your email address will not be published.