ବନ୍ଧୁକ ମୁନରେ ଲୁଟିନେଲେ ୨୦ଲକ୍ଷ

କେନ୍ଦୁଝର :  ତେଲ ପକାଇବା ବାହାନାରେ କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରୁ୨୦ ଲକ୍ଷ ଟଙ୍କା ଲୁଟିନେଲେ  ଦୁର୍ବୃତ୍ତ। ସୋମବାର ସକାଳେ ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ପରେ ପଇସା ଦେବା ବାହାନାରେ ଦୁଇ ଜଣ ଦୁର୍ବୃତ୍ତ କାଉଣ୍ଟର ଭିତରକୁ ଯାଇଥିଲେ। ଅନ୍ୟ ଦୁଇ ଜଣ ପେଟ୍ରୋଲ ପମ୍ପରେ ଥିବା ସିକ୍ୟୁରିଟିଗାର୍ଡକୁ କାବୁ କରିଥିଲା ବେଳେ ଆଉ ଦୁଇ ଜଣ  ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ କାବୁ କରିଥିଲେ। ପଇସା ଦେବାକୁ ଯାଇଥିବା ଦୁଇ ଜଣ ଦୁର୍ବୃତ୍ତ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୦ ଲକ୍ଷ ଟଙ୍କା ନେଇଯାଇଥିଲେ। ସେମାନେ ବଡ଼ବିଲ୍‌ ରାସ୍ତା ଦେଇ ପଳାଇ ଯାଇଥିବା ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀ କହିଛନ୍ତି। ପୁଲିସ ବଡ଼ବିଲ ରାସ୍ତାକୁ ନାକାବନ୍ଦୀ କରି  ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.