ଆନ୍ତର୍ଜାତିକ ପୁରସ୍କାରପ୍ରାପ୍ତ ଫ୍ଲାଗ୍ ଚଳଚ୍ଚିତ୍ର ସ୍ୱନକ୍ଷତ୍ର

କଟକ: ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ସିଦ୍ଧ ମହାବୀର ଡିଜିଟାଲ୍ ଓ ନବକିଶୋର ଦାସ କ୍ରିଏସନ୍ ମିଳିତ ଆନକୂଲ୍ୟରେ ୩୫ଟି ଜାତୀୟ ଏବଂ ଆନ୍ତର୍ଜାତିକ ପୁରସ୍କାରପ୍ରାପ୍ତ କ୍ଷୁଦ୍ର ଚଳଚ୍ଚିତ୍ର “ଫ୍ଲାଗ୍‌’ର ସ୍ୱନକ୍ଷତ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନାଟ୍ୟକାର ନବକିଶୋର ଦାସଙ୍କ ସଭାପତିତ୍ୱରେ ଲୋକସେବକ ମଣ୍ଡଳର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଏହାକୁ ଉଦ୍‌ଘାଟନ କରି ନାଟ୍ୟକାର ନବକିଶୋର ଦାସ ଏବଂ ଏହି ଚଳଚ୍ଚିତ୍ର ସହିତ ଜଡ଼ିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହିଭଳି ଆହୁରି ଶିକ୍ଷଣୀୟ ଚଳଚ୍ଚିତ୍ର ସେ ଆମକୁ ଦେଉଥାନ୍ତୁ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ନୌସେନା ଅଧିକାରୀ ତଥା ବରିଷ୍ଠ ସମ୍ବାଦିକ ସଚ୍ଚିକାନ୍ତ ନାଥ ଯୋଗଦେଇ କହିଲେ ଯେ ସକରାତ୍ମକ ଚଳଚ୍ଚିତ୍ର ସମାଜକୁ ପତନରୁ ଉଦ୍ଧାର କରେ ଏବଂ ନକରାତ୍ମକ ଚଳଚ୍ଚିତ୍ର ସମାଜକୁ ପତନଗାମୀ କରିଥାଏ ।

ଫ୍ଲାଗ ଚଳଚ୍ଚିତ୍ର ମାଧ୍ୟମରେ ନିର୍ମାତା ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସମାନଙ୍କରେ ଆମ ଲୋକେ ସକାଳେ ସମ୍ମାନ ଜଣାଇ କାର୍ଯ୍ୟକ୍ରମ ପରେ ଆମ ଜାତୀୟ ପତାକାକୁ କିଭଳି ଅଳିଆଗଦାରେ ଫିଙ୍ଗି ଅସମ୍ମାନିତ କରିଥାନ୍ତି, ତା’ର ଜୀବନ୍ତ ଓ ସତ୍ୟଚିତ୍ର ଏହି ଚଳଚ୍ଚିତ୍ରରେ ଦର୍ଶାଇଥିବାରୁ ନିର୍ମାତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ବରେଣ୍ୟ ଅତିଥି ବରିଷ୍ଠ ସଙ୍ଗୀତ ନିର୍ଦେଶକ ମହମ୍ମଦ ମୁଶିର ଯୋଗଦେଇ ନିର୍ମାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ଧର୍ମଛଡ଼ା ଏହି ଚଳଚ୍ଚିତ୍ର ନିର୍ମାଣରେ ଚଳଚ୍ଚିତ୍ରର କାହାଣୀ ଏବଂ କଳାକାରଙ୍କ ନିଖୁଣ ଅଭିନୟ ପ୍ରଭାବଶାଳୀ ବୋଲି କହିଥିଲେ । ଚଳଚ୍ଚିତ୍ର ସହିତ ଜଡ଼ିତ ତିନିଜଣ ବ୍ୟକ୍ତି ସତ୍ୟଜିତ୍ ପାଣି (ସଙ୍ଗୀତ ନିର୍ଦ୍ଦେଶକ ଏବଂ ସମ୍ପାଦନା) ତୋଫାନ ମହାନ୍ତି (କ୍ୟାମେରାମ୍ୟାନ୍‌) ଏବଂ ଦୀପକ କୁମାର ସୁବୁଦ୍ଧି (ସହନିର୍ଦ୍ଦେଶ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡା. ସତ୍ୟ କୁମାର ଦାସ, ରାଜେଶ ସାମଲ ଏବଂ ସୁମନ୍ତ ଦଳାଇ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.