କଳିଙ୍ଗନଗର ଜଙ୍ଗଲରେ ଲାଗିଥିବା ନିଆଁ କୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ୱର : ରାଜଧାନୀ ସ୍ଥିତ କଳିଙ୍ଗନଗର ନିକଟରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ । ଜଙ୍ଗଲ ନିକଟରେ ଥିବା ଏକ ଘର ଆଡ଼େ ନିଆଁ ଲାଗିବାର ସମ୍ଭାବନା ଥିବାରୁ ତୁରନ୍ତ ଅଗ୍ନିଶମକୁ ଜଣାଇଥିଲେ । ଏହାପରେ ସଚିବାଳୟର ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତକୁ ଆଣିଥିଲା । ପାଗ ଅତ୍ୟଧିକ ଗରମ ଥିବାରୁ ଶୁଖିଲା ବାଉଁଶ ଗଛ ପତ୍ରରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.