ଅଘଟଣ: ଖେଳୁ ଖେଳୁ ପିଚୁ କଡେଇରେ ପଡିଗଲେ ୩ ଶିଶୁ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ । ପିଚୁ  କଡେଇ ପଡି ୩ ଶିଶୁ ଗୁରୁତର ହୋଇଛନ୍ତି। ସମସ୍ତ ଶିଶୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ ।

ଖବର ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିଲା । ଶନିବାର ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା । ରବିବାର ସକାଳୁ ରାସ୍ତାକଡରେ ଥିବ କିଛି ପିଲା ଖେଳୁଥିବା ବେଳେ ପିଚୁକଡ଼ା ଭିତରେ ପଡ଼ି ଯାଇଥିଲେ । ଏହା ଦେଖି ଲୋକମାନେ ତୁରନ୍ତ ପିଲାମାନଙ୍କୁ ପିଚୁକଡ଼ାରୁ ଉଦ୍ଧାର କରିଛନ୍ତି । ଲୋକମାନେ ପିଲାଙ୍କ ଶରୀରରୁ ପିଚୁ ଛଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.