ବିଧାୟକ ତାରା ବାହିନୀପତିଙ୍କୁ ହତ୍ୟା ଧମକ!

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଦିନକୁ ଦିନ ଜୟପୁର ସହରରେ ଆଇନଶୃଙ୍ଖଳା ଦିବାଲୋକରେ ଅପରାଧୀମାନେ ଅପରାଧ କରୁଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରୁନାହିଁ। ବିଧାୟକଙ୍କୁ ହତ୍ୟା କରିବୁ, ପୁଲିସ ଆମର କିଛି କରିପାରିବ ନାହିଁ ବୋଲି ଅପରାଧୀମାନେ ଧମକ ଦେଉଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି। ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ କର୍ମୀମାନେ ଟାଉନ୍ ଥାନା ଘେରାଉ କରିଥିଲେ। ଏଥିସହ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ କଂଗ୍ରେସ କର୍ମୀ। ପ୍ରତିଶ୍ରୁତି ମିଳିବାଧାରଣା ଉଠିଛନ୍ତି କଂଗ୍ରେସ କର୍ମୀ।

ଗତକାଲି ଗୋପବନ୍ଧୁ ନଗରର ଯୁବକ କାର୍ତ୍ତିକ ନାଗଙ୍କୁ ଅପହରଣ କରିନେଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରି କୁମୁଲିପୁଟ ଠାରେ ପକାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ମୁର୍ମୁଷୁ ଅବସ୍ଥାରେ କାର୍ତ୍ତିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ କାର୍ତ୍ତିକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ଏହା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଟାଉନଥାନାକୁ ଘେରାଉ କରାଯାଇଥିଲା।

Leave A Reply

Your email address will not be published.