ଏପ୍ରିଲ୍ ୪ରୁ ସକାଳୁଆ କୋର୍ଟ

କଟକ : ଆସନ୍ତା ଏପ୍ରିଲ୍ ମାସ ୪ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ କାର୍ଯ୍ୟକରିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର (ଆଡ୍‌ମିନ୍‌) ଡ. ଭାଗ୍ୟଲକ୍ଷ୍ମୀ ରଥ ରାଜ୍ୟର ସବୁ ଜିଲ୍ଲା ଜଜ୍‌ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ପ୍ରେରିତ ପତ୍ର ଅନୁଯାୟୀ ପୂର୍ବାହ୍ଣ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ଚାଲିବ ।

କୋର୍ଟ କାର୍ଯ୍ୟବେଳେ ପୂର୍ବାହ୍ଣ ୧୦ଟାରୁ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ଅଧ ଘଣ୍ଟା କାଳ ବିରତ ରହିବ । ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ । ଏହି ନିୟମ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଲାଗୁହେବ । ପୁରୀ(ସଦର), ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ (ସଦର) କୋର୍ଟ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.