ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୨,୮୫୭ ମାମଲା ଫଇସଲା

କଟକ: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୨,୮୫୭ଟି ମାମଲାର ଆପୋଷ ବୁଝାମଣା ଜରିଆରେ ଫଇସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୧୨ କୋଟି ୬୮ ଲକ୍ଷ ୮୩ ହଜାର ୨୧୫ ଟଙ୍କା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି।

ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୭୦ ହଜାର ୨୮୭ଟି ମାମଲା ମଧ୍ୟରୁ ୨ ହଜାର ୮୦୮ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା କରାଯାଇଥିଲା। ସେହିଭଳି ୩୬ ହଜାର ୩୭୯ଟି ବିଚାରାଧୀନ ମାମଲା ମଧ୍ୟରୁ ୧୦ ହଜାର ୪୯ଟି ମାମଲା ଆପୋଷ ବୁଝାମଣାରେ ଫଇସଲା କରାଯାଇଛି। ଫଇସଲା ହୋଇଥିବା ମାମଲାଗୁଡ଼ିକ ମଧ୍ୟରେ ୪୮୮ ଫୌଜଦାରୀ, ୯୩୯ ଚେକ୍ ବାଉନ୍ସ, ୩୩୭୦ଟି ବ୍ୟାଙ୍କ ଋଣ, ୧୦୭୫ଟି ମୋଟରଯାନ ଦୁର୍ଘଟଣାଜନିତ, ୭୯ଟି ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ପଇଠ ସମ୍ପର୍କିତ, ୫୫୧ଟି ପାରିବାରିକ ଓ ବୈବାହିକ ବିବାଦ, ୨୩ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୦ଟି ଚାକରି ସଂକ୍ରାନ୍ତୀୟ, ୧୮ଟି ଭରଣପୋଷଣ ମାମଲା, ୧୨୯୬ଟି ଦେୱାନୀ ଓ ୫୦୦୮ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.