ଜଳୁଛି ଜଙ୍ଗଲ, ସଙ୍କଟରେ ବନ୍ୟଜନ୍ତୁ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର କରଦାଙ୍ଗି ପଞ୍ଚାୟତ ଘୋଡାବେଡା ସାହି ନିକଟ ଗ୍ରାମ୍ୟ ଜଙ୍ଗଲ ଏବେ ନିଆଁର ଆଁରେ ରହିଛି। ୯ ଦିନ ହେଲା ଜଳୁଛି ଜଙ୍ଗଲ। ସଙ୍କଟରେ ବନ୍ୟଜନ୍ତୁ । ଅଗ୍ନିକାଣ୍ଡ ଲାଗି ଜଙ୍ଗଲର ଏକର ଏକର ମୂଲ୍ୟବାନ ଗଛ ନଷ୍ଟ ପୋଡି ଯାଉଛି।

ଅନେକ ଔଷଧ ଗଛ ଗୁଡ଼ିକ ନଷ୍ଟ ହେଉଛି । ସେପଟେ ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ରୁ ସର୍ବଗ୍ରାସୀ ନିଆଁ ଯେଭଳି ଭାବରେ ଉଗ୍ର ରୂପ ଧାରଣ କଲାଣି, ବେଳ ଥାଉ ଥାଉ ବନବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଓ ଅନ୍ୟ ଜୀବଯନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି ।

Leave A Reply

Your email address will not be published.