ସରିଲା ନାଏବ ସରପଞ୍ଚ ନିର୍ବାଚନ: ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ

ଭୁବନେଶ୍ୱର : ସବୁ ପଞ୍ଚାୟତ ସମିତି ପାଇବେ ନୂଆ ଅଧ୍ୟକ୍ଷ । ଶନିବାର ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବେ । ପଞ୍ଚାୟତ ସମିତି ଦଖଲ ଏବେ ସ୍ଥାନୀୟ ବିଦାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡିଛି । ଏଥିପାଇଁ ସବୁ ଜିଲ୍ଲାରେ ଛକାପଞ୍ଝା ଜାରି ରହିଛି ।

ସେହିପରି ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସମିତି ସଦସ୍ୟମାନେ ଏବେ ନିଜ ନିଜ ଅଞ୍ଚଳକୁ ଫେରିଥିବା ଜଣାପଡିଛି । ଶନିବାର ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ । ସେହି ସମୟ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

Leave A Reply

Your email address will not be published.