ବସିବ ଛତିଶା ନିଯୋଗ ବୈଠକ : ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ହେବ ନିର୍ଘଣ୍ଟ

ପୁରୀ :  ଶନିବାର ଛତିଶା ନିଯୋଗ ବୈଠକ ବସିବ। ବୈଠକରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଲୋଚନା ହେବ । ଏହି ବୈଠକ ଶନିବାର ସଂଧ୍ୟା ୫ଟାରେ ବସିବ । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ।

ଏଥିରେ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗ ଦେବେ।  ଏହି ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସହ ରବିବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେନେଇ ଆଲୋଚନା କରାଯିବ। ସେହିପରି ଶ୍ରୀମନ୍ଦିର ନୀତି କାନ୍ତି ଓ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସୂଚନା ମିଳିଛି। 

Leave A Reply

Your email address will not be published.