ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମେଡିକାଲରେ ଭର୍ତ୍ତ ହୋଇଛନ୍ତି। ନିରଞ୍ଜନଙ୍କ ପେଟରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଆଜି ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଚିକିତ୍ସା ଜାରି ରହିଛି। ଏ ନେଇ ସୂଚନା ଦେଇଛନ୍ତି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର।

ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟରେ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁଥିବା ସମୟରେ ନିରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ସେ ସାମାଜିକ ଗଣମାଧ୍ୟମ ଟ୍ୱିଟର୍‌ରେ ସୂଚନା ଦେଇଥିଲେ। ଏଥି ସହିତ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରିନେବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.