ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା

ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା

ଭୁବନେଶ୍ୱର : ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା। ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା। କେତେବେଳେ ଅସୁସ୍ଥତାର ବାହାନା କରି ସାଲାଇନ ଲଗାଇ ଫଟୋ ଉଠାଇ ମହିଳାଙ୍କୁ ପଠାଉଥିଲା ତ ଆଉ କେତେବେଳେ କାନ୍ଦିବାର ଭିଡିଓ ପଠାଉଥିଲା।

ଆଉ ଏକ ଭିଡିଓରେ ରଥଯାତ୍ରା ବେଳେ ରଥ ଟାଣୁଥିବା ଦେଖାଯାଇଛି। ଏଭଳି ଅନେକ ଭିଡିଓ ଓ ଫଟୋ କମିସନରେଟ ପୋଲିସ ହାତରେ ଲାଗିଛି। ଏହାକୁ ନେଇ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି। ୫ଦିନିଆ ରିମାଣ୍ଡରେ ନେଇ ଠକାମୀର ଚେର ଖୋଜୁଛି ପୋଲିସ। ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଏବେ ବି ଫେରାର ଅଛନ୍ତି।

Leave A Reply

Your email address will not be published.