ଅସ୍ତବ୍ୟସ୍ତ କଲାଣି ଗରମ, ୧୪ରୁ ୧୯ ପର୍ଯ୍ୟନ୍ତ ନିଆଁ ବର୍ଷା

ଭୁବନେଶ୍ୱର : ଏବେଠାରୁ ଅସ୍ତବ୍ୟସ୍ତ କଲାଣି ଗରଣ । ଆସନ୍ତା ସପ୍ତାହକୁ କଲବଲ କରିବ ତାତି । ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷା ହେବ । ପାରଦ ୪୦ରୁ ୪୧ ଡିଗ୍ରୀ ସେଲସିୟସ ରହିବ । ଏନେଇ ପାଣିପାଗ ସଂସ୍ଥ୍ୟା ପୂର୍ବାନୁମାନ କରିଛି । 

ସୂଚନା ଅନୁସାରେ, ୧୪ ତାରିଖ ବେଳକୁ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବୃଦ୍ଧି ହୋଇ ୪୧ ଡିଗ୍ରୀ ସେଲସିୟସ ପାର୍ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ ତାରିଖରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ ।  ପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ ।  ସେହିପରି ରବିବାର ଭୁବନେଶ୍ୱରର ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ ଥିଲା । ଯାହାକି ଶନିବାର ଠାରୁ ସାମାନ୍ୟ କମ୍ ରହିଥିଲା । ଏପରି ସ୍ଥିତି ଦିନେ ଦୁଇ ଦିନ ରହିବ । 

Leave A Reply

Your email address will not be published.