ମ୍ୟୁନିସିପାଲିଟି ନିର୍ବାଚନ: ନାମାଙ୍କନପତ୍ର ଦାଖଲଆଜି ଶେଷ ଦିନ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ଦିନ । ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ କରୁଛନ୍ତି। ବିଭିନ୍ନ ପୌର ପରିଷଦ ପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । ମେୟର, କର୍ପୋରେଟର ଏବଂ କାଉନସିଲରଙ୍କ ନାମ ତିନି ଦଳ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ମେୟର/ ଚେୟାରପର୍ସନ ପଦବୀ ପାଇଁ ୧୮୯ ଏବଂ କର୍ପୋରେଟର ଏବଂ କାଉନସିଲର ପାଇଁ ୧୯୧୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ଗତକାଲି ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ପାଇଁ ବିଜେପି ପକ୍ଷରୁ ସବିତା ସୌରଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ମଞ୍ଜୁ ରଥଙ୍କୁ ବ୍ରହ୍ମପୁର ମେୟର ପ୍ରାର୍ଥୀ ଘୋଷଣା କରିଛି । ୧୦୬ ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହେବ । ମେୟର ଏବଂ ଚେୟାରମ୍ୟାନ୍ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚିତ ହେବେ। କାଉନସିଲର ଏବଂ କର୍ପୋରେଟର ପଦବୀ ପାଇଁ ଭୋଟ୍ ଆସନ୍ତା ମ୍ୟୁନିସିପାଲିଟି ନିର୍ବାଚନରେ ଇଭିଏମ୍ ମାଧ୍ୟମରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.