ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଶା ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ଆଜି ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ​‌କ୍ୟାରିୟର ଅଧାରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ବ୍ୟବସ୍ଥା କରାଯାଉ ।ଏଥିରେ ନ୍ୟାସନାଲ ମେଡ଼ିକାଲ କମିଶନ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ହସ୍ତକ୍ଷେପ କରନ୍ତୁ। ଦେଶରେ ଥିବା ମେଡ଼ିକାଲ କଲେଜରେ ପାଠପଢ଼ା ବ୍ୟବସ୍ଥା କରାଯାଉ। ‌କ୍ୟାରିୟର ଅଧାରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ବ୍ୟବସ୍ଥାରେ  ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ବୋଲି ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.