ବଜାରରେ କୃତିମ ଭାବେ ବୃଦ୍ଧି ପାଉଛି ତେଲ ଦର – ମନ୍ତ୍ରୀ

ଭୁବନେଶ୍ୱର : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତୀୟ ବଜାରରେ ବର୍ତ୍ତମାନ ସୃଷ୍ଠି ହୋଇଛି କଳା ବଜାରୀ । କିଛି ଅସାଧୁ ବ୍ୟକ୍ତି ମିଥ୍ୟାରେ ଦର ବୃଦ୍ଧି ଘୋଷଣା କରି ସାଧାରଣ ଲୋକଙ୍କୁ ଠକୁଛନ୍ତି । ଦୁଇ ଦେଶରୁ ଆସୁଥିବା ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍ ତେଲ ଆମଦାନି ବାଧାପ୍ରାପ୍ତ ହୋଇଛି ତେଣୁ ଏହାର ଫାଇଦା ଉଠାଉଛନ୍ତି କିଛି ବେପାରୀ । ଫଳରେ ତେଲଦର ହଠାତ୍ ଆକାଶଛୁଆଁ ହେବାରେ ଲାଗିଛି।

ଗୋଟିଏ ସପ୍ତାହ ମଧ୍ୟରେ ହୋଲସେଲରେ ସୂର୍ଯ୍ୟମୁଖୀ ତେଲ ଦର ୧୩୦ରୁ ୧୬୦ଟଙ୍କା ହୋଇସାରିଥିବା ବେଳେ ପା‌ମୋଲିନ୍ ଦର ୧୨୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଘଡିସନ୍ଧି ସମୟରେ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା ଆତ୍ୟାଆବଶ୍ୟକ ସାମଗ୍ରୀ ଖାଇବା ତେଲ ଇତ୍ୟାଦି ରୁ ସେସ୍ ତଥା ଜିଏସଟି ଛାଡ କରିବା ଆବଶ୍ୟକ ହୋଇପଡିଛି । ଏଥି ସହିତ ଯେଉଁ ବ୍ୟବସାୟୀ ମାନେ କଳା ବାଜରୀ କରୁଛନ୍ତି ସେମାନଙ୍କ ଉପରେ ଆଇନି ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

Leave A Reply

Your email address will not be published.