ପୁଣି ୫ ଦିନିଆ ରିମାଣ୍ଡରେ ରସିକିଆ ନକଲି ଡାକ୍ତର

ଭୁବନେଶ୍ବର: ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଯାଇଥିବା ଜଣାଯାଇଛି। କଡ଼ା ସୁରକ୍ଷା ଭିତରେ ଝାରପଡା ଜେଲରୁ ରମେଶକୁ ରିମାଣ୍ଡ ରେ ନେଇଛି ମହିଳା ଥାନା ପୁଲିସ । ଏହି ୫ ଦିନିଆ ରିମାଣ୍ଡ ସମୟରେ ପୁଲିସ ରମେଶର ଆର୍ଥିକ କାରବାର ନେଇ ଖୋଳତାଡ଼ କରିବ ବୋଲି ଜଣାଯାଇଛି। ରିମାଣ୍ଡ ସମୟରେ ରମେଶର ପଲିଗ୍ରାଫ ଟେଷ୍ଟ ହେବ।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁକୁ ପୁଲିସ ୫ ଦିନିଆର ରିମାଣ୍ଡରେ ଆଣିବ। ରିମାଣ୍ଡ ସମୟରେ ପୁଲିସ ରମେଶ ଚନ୍ଦ୍ର ସ୍ୱାଇଁ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ। ୭ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଛନ୍ତି।

ନକଲି ଡାକ୍ତର ଶ୍ରୀ ସ୍ବାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରୁଛି। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଛି। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ତେଣୁ ପୁଲିସ ରମେଶକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା। ଅଭିଯୁକ୍ତ ରମେଶ ୩୦ ବର୍ଷ ଭିତରେ କେଉଁଠି ରହୁଥିଲେ ଓ କାହାକାହା ସମ୍ପର୍କରେ ଆସିଥିଲେ ସେନେଇ ଖୋଳ ତାଡ଼ କରିବ। ଏଥି ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯିବ। ଯେଉଁ ମହିଳା ଓ ଯୁବତୀ ମାନେ ଏହି ଠକେଇରେ ଶିକାର ହୋଇଛନ୍ତି ମହିଳା ଥାନାରେ ଅଭିଯୋଗ କରିବା ପାଇଁ ଡିସିପି ଉମାଶଙ୍କର ଦାଶ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.