ପଞ୍ଚାୟତ ନିର୍ବାଚନ: ବିଜେଡି ହାତେଇଛି ରେକର୍ଡ ଜିଲ୍ଲା ପରିଷଦ ସିଟ୍

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳକୁ ସଫଳତା ମିଳିଛି । ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍‌ ହାତେଇଛି ବିଜେଡି । ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ । ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ପ୍ରାର୍ଥୀ ୭୪୩ ଆସନରେ ବିଜୟ ଓ ଆଗୁଆ ରହିଛନ୍ତି ।

ବିଜେଡି ଖାତାକୁ ଯାଇଛି ପାଖାପାଖି ୯୦ ପ୍ରତିଶତ ଆସନ । ବିଜେପି ୪୨ ଓ କଂଗ୍ରେସ ୩୭ ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ୭ଟିରେ ଆଗରେ ଅଛନ୍ତି । ୨୦୦୨ରେ ୧୨ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିଥିଲା । ୨୦୧୭ରେ ୨୦ ଜିଲ୍ଲାରେ ଗଠନ କରିଥିଲା ଜିଲ୍ଲା ପରିଷଦ । ଏଥର ୩୦ରୁ ୩୦ ଜିଲ୍ଲା । ୨୦୧୭ରେ ୨୯୭ ଜିଲ୍ଲା ପରିଷଦ ଆସନ ହାତେଇଥିବା ବିଜେପି ଏଥର ହାପ୍‌ ସେଞ୍ଚୁରୀ ଭିତରେ ଅଟକିଗଲା ।

ଭଦ୍ରକ, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ାରେ ବିଜେଡି ମୂଳପୋଛ କରିଦେଇଛି । ପଶ୍ଚିମ ଓଡ଼ିଶାରେ ଗତଥର ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଯେଉଁଠି ନିରାଶ ହେବାକୁ ପଡ଼ିଥିଲା, ଏଥର ସେଠାରେ ଉତ୍ତର ଫଳ ମିଳିଛି । କୁହାଯାଉଛି ଯେ, ବିଜେଡିର ଲୋକପ୍ରିୟତା ତୁଳନାରେ ଧନପ୍ରିୟତା ଅଧିକ । ଅର୍ଥାତ ମତଦାତା ନିଜସ୍ୱ ଇଛାରେ ବିଜେଡିକୁ ଭୋଟ ଦେଇ ନାହାନ୍ତି । ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ୍‌ରେ ଅର୍ଥ ଓ ବାହୁବଳୀର ବ୍ୟବହାର କରାଯାଇଛି । ବିରୋଧୀ ଦଳର ରାଜ୍ୟର ପ୍ରମୁଖ ସମସ୍ୟାକୁ ଜନତାଙ୍କ ସାମ୍ନାରେ ସଠିକ ଭାବରେ ଉପସ୍ଥାପନ କରିବାରେ ସଫଳ ହୋଇପାରି ନଥିଲେ । କଳାହାଣ୍ଡି ଜିଲ୍ଲାର ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା, ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟା, ଧାନକିଣାରେ ଅବ୍ୟବସ୍ଥା, ଦାନନ ଚାଲାଣ ଭଳି ପ୍ରମୁଖ ସମସ୍ୟା ଥିଲେ ବି ବିରୋଧୀ ଦଳମାନେ ଏଗୁଡ଼ିକ ଜନତାଙ୍କୁ ପ୍ରଭାବିତ କଲାଭଳି ପ୍ରଚାର କରିପାରି ନଥିଲେ। ମୋଟାମୋଟି ଭାବେ କହିବାକୁ ବିରୋଧୀ ଦଳ ପଞ୍ଚାୟତ ନିର୍ବାଚନକୁ ଅତି ହାଲୁକା ଭାବେ ଗ୍ରହଣ କରିଥିଲା । ଫଳସ୍ୱରୂପ ବିଜେପି ୧୦ଟି ଓ କଂଗ୍ରେସ ୧୮ଟି ଜିଲ୍ଲାରେ ଖାତା ଖୋଲିପାରି ନାହିଁ । 

Leave A Reply

Your email address will not be published.