ମହାଶିବରାତ୍ରୀ: ଲିଙ୍ଗରାଜ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଭୁବନେଶ୍ୱର : ଆଜି ହେଉଛି ମହାଶିବରାତ୍ରୀ । ଏହି ଅବସରରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହେଉଛି । ରାତି ୩ଟାରୁ ଖୋଲିଛି ବାବା ଲିଙ୍ଗରାଜଙ୍କ ମୁଖ୍ୟଦ୍ୱାର । ୩ଟା ୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । 

ସେହିପରି ସକାଳ ୫ଟାରୁ ସାହାଣ ମେଳା ଦର୍ଶନ ଅର୍ଥାତ ସାଧାରଣ ଦର୍ଶନ ହେଉଛି । ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବା ବେଳେ ଆଡକାଠରୁ ଭକ୍ତମାନେ ଦର୍ଶନ କରୁଛନ୍ତି। ତେବେ ବ୍ୟାରିକେଡ୍ ଭିତରେ ଧାଡି ହୋଇ ମନ୍ଦିର ଭିତରକୁ ଭକ୍ତମାନେ ପ୍ରବେଶ କରୁଛନ୍ତି । ଉତ୍ତର ଦ୍ୱାର ଦେଇ ସେବାୟତ ଓ ତାଙ୍କ ପରିବାର ଲୋକ ପ୍ରବେଶ କରୁଛନ୍ତି । 

ସେପଟେ ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସର ଏବଂ ୨୭ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି । 

Leave A Reply

Your email address will not be published.