ଷ୍ଟ୍ରଙ୍ଗରୁମ୍‌ ବାହାରେ ପଡ଼ିଛି ବାଲାଟ ପେପର

କେନ୍ଦ୍ରାପଡ଼ା : ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍‌ ରିଗିଂ ମଧ୍ୟରେ ସରିଲା ପଞ୍ଚାୟତ ନିର୍ବାଚନର ସମସ୍ତ ୫ଟି ପର୍ଯ୍ୟାୟ ମତଦାନ। ଏବେ ନେତାଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍‌ ହୋଇ ଷ୍ଟ୍ରଙ୍ଗ ରୁମ୍‌ରେ ଥିବା ବେଳେ ବାହାରେ ଜଗି ବସିଛନ୍ତି ବିଭିନ୍ନ ରାଜନୈତିକ ଦଳ କର୍ମକର୍ତ୍ତା। ଆସନ୍ତା କାଲିଠୁ ଆରମ୍ଭ ହେବ ଗଣନା। ଆଜି କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ ଆଗରେ ଦେଖିବାକୁ ମିଳିଛି  ବାଲାଟ ପେପର । ସେଥିମଧ୍ୟରୁ କିଛି ଚିରା ହୋଇବି ପଡ଼ିଛି।  ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଆଶ୍ୱାସନା ଶୁଣିବାକୁ ନାରାଜା ଉତ୍ତ୍ୟକ୍ତ ଲୋକେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ବିଭିନ୍ନ ପଞ୍ଚାୟତର ବାଲାଟ ବକ୍ସ ରହିଛି। ଏହାକୁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ତେବେ ଷ୍ଟ୍ରଙ୍ଗରୁମ ସମ୍ମୁଖରେ କିଛି ବାଲାଟ ପେପର ପଡ଼ିଥିବା ବେଳେ ସେଥିମଧ୍ୟରୁ କିଛି ଚିରା ହୋଇ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଉକ୍ତ ବାଲାଟ ପେପର କିଛି ପଞ୍ଚାୟତର ହୋଇଥିବା ବେଳେ ସେଥିରେ କିଛି ନିର୍ଦ୍ଦିଷ୍ଟ ଦଳର ଚିହ୍ନ ରହିଛି। ଏହାବାଦ ସେଥିମଧ୍ୟରୁ କିଛି ବାଲାଟ ପେପରର ନିର୍ଦ୍ଦିଷ୍ଟ ଚିହ୍ନରେ ଷ୍ଟାମ୍ପ ମଧ୍ୟ ମରାଯାଇଛି।

Leave A Reply

Your email address will not be published.