ଋଣ ପ୍ରଦାନରେ ଆଇସିଆଇସିଆଇ ବ୍ୟାଙ୍କ ଆଗୁଆ

ଭୁବନେଶ୍ୱର : ଓଡ଼ିଶାରେ ଖୁଚୁରା ଋଣ ଆବଣ୍ଟନ ଗତବର୍ଷ ତୁନଳାରେ ଚଳିତ ଆର୍ଥିକ ବର୍ଷରେ ୨୫% ବୃଦ୍ଧି ପାଇ ୫,୨୦୦ କୋଟି ଟଙ୍କାରୁ ଅଧିକ ଲକ୍ଷ୍ୟ ସ୍ଥିର କରାଯାଇଛି ବୋଲି ଆସିଆଇସିଆଇ ବ୍ୟାଙ୍କ୍ ତରଫରୁ କୁହାଯାଇଛି । ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁପ ବାଗ୍‌ଚୀ କହିଛନ୍ତି ଯେ, ‘ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ।

ଓଡ଼ିଶାରେ ବିଭିନ୍ନ ପ୍ରକାର ଡିଜିଟାଲ୍ ଅଭିଯାନ ଜରିଆରେ ଆମେ ଆମର ଫ୍ରାଞ୍ଚଇଜ୍‌, ଡେଲିଭରି ଓ ସେବା ପ୍ରଦାନ ଦକ୍ଷତାକୁ ସୁଦୃଢ଼ କରିବା ଜାରି ରଖିବୁ । ମଡ୍‌ଗେଜ୍ (ବନ୍ଧକ) ଋଣ ଆବଣ୍ଟନ ରାଜ୍ୟରେ ୩୦% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବା ବେଳେ ମୁଖ୍ୟତଃ ବ୍ୟକ୍ତିଗତ ଋଣ ଓ ଯାନଋଣକୁ ନେଇ ଗଠିତ ଉପଭୋକ୍ତା ଋଣ ୪୦%ରୁ ଅଧିକ ବୃଦ୍ଧି ପାଇ ୧୮୦୦ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି । ବ୍ୟାଙ୍କ ଏହାର ବ୍ୟବସାୟ ଋଣ ଓ ଓଭରଡ୍ରାଫ୍ଟ ଆବଂଟନକୁ ୩୫% ବଢ଼ାଇ ୧୩୦୦ କୋଟିରୁ ଅଧିକ କରିବାକୁ ଲକ୍ଷ୍ୟ ରଖିଛି । ରାଜ୍ୟରେ ୯୫% ଉପଭୋକ୍ତା ଋଣ ଡିଜିଟାଲ୍ ମାଧ୍ୟମରେ ଆବଣ୍ଟନ କରାଯାଉଛି । ବିଭିନ୍ନ ବିଭାଗର ଇ-ଗଭର୍ଣ୍ଣର ଆପ୍ଲିକେସନ୍ ପାଇଁ ଏକ ୱେବ୍ ପୋର୍ଟାଲ୍ ଲାଗି ପେମେଣ୍ଟ୍ ଗେଟ୍‌ୱେ ଆଦିର ସୁବିଧା ରହିଛି ।

Leave A Reply

Your email address will not be published.