ଭୋଟ୍‍ ବାକ୍ସ ନେଇଗଲେ ଡଙ୍ଗରିଆ କନ୍ଧ

ନିୟମଗିରି: ଭୋଟ୍‍ ବାକ୍ସ ନେଇଗଲେ ଡଙ୍ଗରିଆ କନ୍ଧ । ଭୋଟର ଲିଷ୍ଟରେ ନାଁ ନଥିବାରୁ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ଉଠାଇନେଇଛନ୍ତି । କଲ୍ୟାଣସିଂପୁର ଶୂନଖଣ୍ଡ ପଞ୍ଚାୟତରେ ଏମିତିକିଛି ଦେଖିବାକୁ ମିଳିଛି । ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ । ସେମାନଙ୍କ ଅଭିଯୋଗ ଅନୁସାରେ ପ୍ରାୟ ଶହେ ଲୋକଙ୍କ ନାଁ ଭୋଟର ନାହିଁ । ତେଣୁ ଏପରି ସେମାନେ କରିଥିବା ଅଭିଯୋଗ ହୋଇଛି । ଯାଜପୁରରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ବିଞ୍ଝାରପୁର ବ୍ଲକରେ ସ୍ୱାମ୍ବାଦିକଙ୍କ ଉପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବା ସହ ମତଦାନରେ ବାଧା ଉପୁଜିଛି । ୧୪ ନମ୍ବର ବୁଥ୍ ଆଗରେ ପୁଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.