ସ୍ତ୍ରୀକୁ ପିଟିପିଟି ହତ୍ୟା !

ସୋନପୁର : ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ସାମ୍ନାକୁ ଆସିଛି ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ l ସୂଚନା ଅନୁସାରେ, ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି ବହଲପଦର ଗ୍ରାମର ଖେଡୁ ପଧାନଙ୍କ ଝିଅ ମମତାଙ୍କୁ ୧୧ ବର୍ଷ ତଳେ ବିବାହ କରିଥିଲେ l ଶଙ୍କର ବିଭିନ୍ନ ସମୟରେ ତାଙ୍କ ସ୍ତ୍ରୀ ମମତାଙ୍କୁ ମାଡ ମାରୁଥିଲେl ଶନିବାର ସନ୍ଧ୍ୟା ସମୟରେ ଉଭୟ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଏଥିରେ ଉତକ୍ଷିପ୍ତ ହୋଇ ଶଙ୍କର ମାଡ ମାରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ l ମାତ୍ର ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଖବର ପାଇ ମମତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଁଚି ଥିଲେ ।  ମମତାଙ୍କୁ ପିଟିପିଟି ମାରିଦେଇଥିବା ମୃତକଙ୍କ ବାପା ଖେଡୁ ପଧାନ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.