୫ ଦିନିଆ ରିମାଣ୍ଡରେ ରସିକିଆ ନକଲି ଡାକ୍ତର ରମେଶ

ଭୁବନେଶ୍ୱର : ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସ୍ତ୍ରୀ ତାଲିକା ଲମ୍ବି ଚାଲିଥିବା ବେଳେ ଠକେଇର ଶିକାର ଲୋକେ ବି ଫିଟାଉଛନ୍ତି ପାଟି। ତେବେ ପତ୍ନୀ ତାଲିକାକୁ ଆହୁରି ଲମ୍ବାଇବା ପାଇଁ ଜାଲ ବିଛାଇଥିବା ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, ତାହାର ଖୋଳତାଡ଼ କରୁଛି ପୁଲିସ୍‌।  ଏହି ସମସ୍ତ ଗୁମର ଖୋଲିବାକୁ ରମେଶଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ୍ ପୁଲିସ୍‌। ଏପରିକି ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୁଲିସ୍‌ ଯୋଜନା ରଖିଥିବା ସୂଚନା ମିଳିଛି  ।

ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି।

Leave A Reply

Your email address will not be published.