ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୫୩୪ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରୋ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୧୯୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୨୪ ଜଣ । ସେହିପରି ୧୮ ବର୍ଷରୁ କମ ବୟସ ଶିଶୁ ରହିଛନ୍ତି ୧୪୭ ଜଣ । ଆଜି ଅନୁଗୁଳରୁ ୧୧, ବାଲେଶ୍ୱରରୁ ୧୫, ବରଗଡରୁ ୮, ଭଦ୍ରକରୁ ୬, ବଲାଙ୍ଗୀରରୁ ୫, ବୌଦ୍ଧରୁ ୮, କଟକରୁ ୧୫, ଦେଓଗଡରୁ ୨, ଢେଙ୍କାନାଳରୁ ୩, ଗଡପତିରୁ ୨୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୫, ଯାଜପୁରରୁ ୨୬, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୯୩, କୋରାପୁଟରୁ ୧୭, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୫, ନୟାଗଡରୁ ୨୧, ନୂଆପଡାରୁ ୧୦, ପୁରୀରୁ ୮, ରାୟଗଡାରୁ ୩୨, ସମ୍ବଲପୁରରୁ ୧୭, ସୋନପୁରରୁ ୧୦, ସୁନ୍ଦରଗଡରୁ ୧୨୧ ଓ ଷ୍ଟେଟ ପୁଲରୁ ୧୮ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୯୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୯୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୬୫୮୪୩ଜଣ ସୁସ୍ଥ ହୋଇଛନ୍ତି । 

Leave A Reply

Your email address will not be published.