ଆଜି ପୁଣି ବଢ଼ିଲା ତେଲ ଦାମ୍

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୪୬ ପଇସା ବଢ଼ି ୧୦୨ ଟଙ୍କା ୨୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୪୪ ପଇସା ବଢ଼ି ୯୨ ଟଙ୍କା ୦୬ ପଇସା ରହିଛି।

ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସା ଓ ଡିଜେଲ ଦର ୮୬ ଟଙ୍କା ୬୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୮ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୧୪ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୬୭ ପଇସା ଥିବାବେଳେ ଡିଜେଲ ଦର ୮୯ ଟଙ୍କା ୭୯ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ ଦାମ ୯୧ ଟଙ୍କା ୪୩ ପଇସା ରହିଛି। ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Leave A Reply

Your email address will not be published.